All India Save Education Committee, Odisha

All India Save Education Committee, Odisha

Share

Aim of All India Save Education Committee is Education for All

Photos from All India Save Education Committee, Odisha's post 18/06/2026

ଗୋଟିଏ ଦିଟା ବନାନ ଭୁଲ୍ ଥିଲେ ତାକୁ ଭୁଲ୍ ବୋଲି କହିବା। କିନ୍ତୁ ୧୬୦୦ - ୧୭୦୦ ବନାନ ଭୁଲ ହେଲେ ତାକୁ କଣ ଭୁଲ୍ କହିବା? ତାହା ଗୋଟିଏ ଅପରାଧ। ଯିଏ ଏ ଅପରାଧ କରିଛି ତାକୁ ଦଣ୍ଡ ଦରକାର। ଗୋଟିଏ ବିଷ ଭଣ୍ଡାର କୁ ପିଲାମାନଙ୍କ ନିକଟକୁ ପଠା ଯାଉଥିଲା। ଏ ଘଟଣାକୁ ଏହି ପରି ନେଲେ ଯାଇ ଏ ସମସ୍ୟା ଆଉ ଘଟିବ ନାହିଁ।

17/06/2026

ସଙ୍ଗୀତ,କଳା ଉପରେ ଆଧାରିତ ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକରେ ସୁନନ୍ଦା ପଟ୍ଟନାୟକ ବନାନ ଭୁଲ୍, ବନମାଳୀ ବନାନ ଭୁଲ୍, ଗୋଦାବରୀଶ ମିଶ୍ର ଙ୍କ ରଚିତ 'ତୁଙ୍ଗ ଶିଖରି ଚୁଳ କୁଞ୍ଜ କାନନ ମାଳ' କବିତାର ପ୍ରତିଟି ଧାଡ଼ି ରେ ବନାନ ଭୁଲ୍ ଆଦି ଅସଂଖ୍ୟ ଭୁଲ୍। ଖାଲି ଏହି ବହି ନୁହେଁ ପ୍ରଥମରୁ ଅଷ୍ଟମ ଯାଏଁ ସବୁ ବହିରେ ପ୍ରଚୁର ଭୁଲ୍। ଏହି ଭୁଲ୍ ଛପା ଏକ ତୃଟି ନୁହେଁ ଏକ ଅପରାଧ। ଏହି ଅପରାଧ ଘଟାଇଥିବା ବ୍ୟକ୍ତିମାନଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆମେ ଦାବି କରୁଛୁ।

17/06/2026


#ତୃଟିପୂର୍ଣ୍ଣ_ପାଠ୍ୟପୁସ୍ତକ ଗୁଡିକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ଶିକ୍ଷା ବଂଚାଅ କମିଟି ପକ୍ଷରୁ ଦୃଢ ଦାବି

ଭୁବନେଶ୍ୱର ତା-୧୭.୦୬.୨୦୨୬ - ଚଳିତ ଶିକ୍ଷାବର୍ଷରୁ ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା ପ୍ରଥମ ଶ୍ରେଣୀରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପାଠ୍ୟପୁସ୍ତକ ଗୁଡିକ ସଂପୂର୍ଣ୍ଣ ତୃଟିପୂର୍ଣ୍ଣ । ଏସମସ୍ତ ପାଠ୍ୟପୁସ୍ତକ ତୁରନ୍ତ ପ୍ରତ୍ୟାହାର କରି ଯୁଦ୍ଧକାଳିନ ଭିତ୍ତିରେ ନୂତନ ତୃଟିମୁକ୍ତ ପାଠ୍ୟପୁସ୍ତକ ଯୋଗାଇ ଦେବାକୁ ସାରା ଭାରତ ଶିକ୍ଷା ବଂଚାଅ କମିଟି ଓଡିଶା ଶାଖା ପକ୍ଷରୁ ଦୃଢ ଦାବି କରାଯାଇଛି ।
ଏକ ପ୍ରେସ୍ ବାର୍ତ୍ତା ଜରିଆରେ ଏ.ଆଇ.ଏସ୍‌.ଇ.ସି ରାଜ୍ୟ ସଭାପତି ପ୍ରଫେସର ବିରେନ୍ଦ୍ର ନାୟକ, ସଂପାଦକ ସୁବାସ ନାୟକ କହିଛନ୍ତି ଯେ ଦେଶରେ ସରକାର ଯେଭଳି କୌଣସି ଚର୍ଚ୍ଚା ଆଲୋଚନା ନକରି ଏନଇପି - ୨୦୨୦ କୁ ଗୃହୀତ କରାଇଲେ ଏବଂ ଠିକ୍ ସେହିଭଳି ତାହାକୁ ସାରା ଦେଶରେ ଲାଗୁ କରିବା ପାଇଁ ମଧ୍ୟ ଲୁକାୟିତ ଭାବେ ପଦକ୍ଷେପ ନେଇ ଚାଲିଛନ୍ତି । ରାଜ୍ୟରେ ଡବଲ୍ ଇଞ୍ଜିନ୍ ସରକାର ଆସିଲା ପରେ ପରେ ହିଁ ରାଜ୍ୟରେ ନୂତନ ଶିକ୍ଷାନୀତି-୨୦୨୦ ଦ୍ରୁତ ଲାଗୁ କରିବାକୁ ଯାଇ ପ୍ରଥମ ପଦକ୍ଷେପ ହିସାବରେ ଚଳିତ ଶିକ୍ଷାବର୍ଷରୁ ହିଁ ରାଜ୍ୟରେ ପ୍ରଥମ ଶ୍ରେଣୀରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ଗୁଡିକୁ ପରିବର୍ତ୍ତନ କରିଛନ୍ତି । ଅତ୍ୟନ୍ତ ତରବରିଆ ଭାବେ ପୂର୍ବରୁ ବହି ଗୁଡିକ ଭିନ୍ନ ଭିନ୍ନ ସ୍ତରରେ ଯାଞ୍ଚ କରାନଯାଇ ସିଧାସଳଖ ସ୍କୁଲ ଗୁଡିକକୁ ପଠାଇ ଦିଆଯାଇଛି । ଯାହା ଲକ୍ଷ କରାଯାଉଛି ଏହି ବହି ଗୁଡିକରେ ବ୍ୟାପକ ଭାଷାଗତ, ତଥ୍ୟଗତ ଓ ବିଚାରଗତ ତୃଟି ରହିଅଛି । ଏହା କେବଳ ତୃଟି ନୁହେଁ ଅପରନ୍ତୁ ଏକ ଅପରାଧିକ ପଦକ୍ଷେପ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି । ଆହୁରି ଦୁଃଖଦାୟକ ଘଟଣା ଯେ ସରକାର ଏହି ତ୍ରୁଟିକୁ ସ୍ୱୀକାର କରୁଥିଲେ ମଧ୍ୟ ସଙ୍ଗେ ସଙ୍ଗେ ଏହି ପୁସ୍ତକଗୁଡ଼ିକୁ ପ୍ରତ୍ୟାହର କରି ନନେଇ ଶିକ୍ଷକ ମାନେ ସଂଶୋଧନ କରି ପଢାନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ପୁସ୍ତକ ଗୁଡିକ ବଡ଼ ମଣିଷମାନଙ୍କ ନାମକୁ କଦର୍ଯ୍ୟ ଭାବେ ଉପସ୍ଥାପନ କରିଛି । ବିକୃତ ଭାବେ ଭାଷା ପ୍ରଦର୍ଶନ କରିବାସହ ଭୁଲ ତଥ୍ୟ ଉପସ୍ଥାପନ କରୁଛି । ଏଗୁଡିକୁ ଯଥା ଶୀଘ୍ର ସଂପୂର୍ଣ୍ଣ ପ୍ରତ୍ୟାହର କରାଯିବା ଦରକାର । ଏହି ପୁସ୍ତକ ଗୁଡିକର ଲେଖକ ମଣ୍ଡଳୀରେ ଯେଉଁମାନେ ଅଛନ୍ତି ସେମାନଙ୍କର ନାଁ, ଯୋଗ୍ୟତା ଓ ଅଭିଜ୍ଞତା ସାର୍ବଜନୀନ ହେବା ଉଚିତ । ଏହା ଦ୍ୱାରା ରାଜ୍ୟରେ ପାଠପଢା କ୍ଷେତ୍ରରେ କେଉଁ ଅଚଳା ଅବସ୍ଥା ସୃଷ୍ଟି ହେଲା ଏବଂ ଏହା ଦ୍ୱାରା ଯେଉଁ ଆର୍ଥିକ କ୍ଷତି ହେଲା ତାହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରି ଯେଉଁମାନେ ସେଥିପାଇଁ ଦାୟୀ ସମସ୍ତ ଦୋଷୀ ମାନଙ୍କ ବିରୋଧରେ କଠୋର ଦଣ୍ଡବିଧାନ କରିବା ପାଇଁ ସାରା ଭାରତ ଶିକ୍ଷା ବଂଚାଅ କମିଟି ପକ୍ଷରୁ ଦାବି କରାଯାଇଛି । ଏହାସହ ଛାତ୍ରମାନଙ୍କ ଭବିଷ୍ୟତ ସହ ଯେଭଳି ଭାବେ ଖେଳ ଖେଳାଯାଉଛି ସେଥିପାଇଁ ସରକାରଙ୍କୁ ସଂପୂର୍ଣ୍ଣ ଦାୟୀ କରାଯାଇଛି ।
News by Rajendra Burma, VicePresident, AISEC, Odsha, 9437725537

Photos from All India Save Education Committee, Odisha's post 16/05/2026

AISEC Protest against NEET Question paper linkage.

15/05/2026

ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଦ୍ୱାରା କ୍ଷତିଗ୍ରସ୍ତ ଛାତ୍ରଛାତ୍ରୀଙ୍କୁ କ୍ଷତିପୂରଣ ଦାବୀ
ଶିକ୍ଷା ବଂଚାଅ କମିଟି ପକ୍ଷରୁ ରାଜଧାନୀରେ ବିକ୍ଷୋଭ

ଭୁବନେଶ୍ୱର ତା ୧୫.୦୫.୨୦୨୬ ସମ୍ପ୍ରତି ନିଟ୍ ୟୁଜି ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ହୋଇଯିବା ଫଳରେ ପରୀକ୍ଷା ଦେଇଥିବା ୨୨ଲକ୍ଷ ୫ହଜାର ଛାତ୍ରଛାତ୍ରୀଙ୍କୁ ଯେଭଳି ହାହୁତାଶମୟ ପରିସ୍ଥିତି ଭିତରକୁ ଠେଲି ଦିଆଯାଇଛି ତାହା ବିରୋଧରେ ଆଜି ସାରା ଭାରତ ଶିକ୍ଷା ବଞ୍ଚାଅ କମିଟି ପକ୍ଷରୁ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପ୍ରକାଶଥାଉକି ୨୦୧୯ମସିହା ଠାରୁ ଏପର୍ଯ୍ୟନ୍ତ ୬୫ଟି ସର୍ବଭାରତୀୟ ପରୀକ୍ଷା ର ପ୍ରଶ୍ନପତ୍ର ପ୍ରଘଟ ହୋଇଛି । ଏପରିକି ଏହି ନିଟ୍ ଭଳି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାର ପ୍ରଶ୍ନପତ୍ର ବାରମ୍ବାର ପ୍ରଘଟ ହେଉଛି । ଏହି ପରୀକ୍ଷାଗୁଡିକ ପ୍ରଥମେ ରାଜ୍ୟସ୍ତରରେ ପରିଚାଳିତ ହେଉଥିବା ସ୍ଥଳେ ବିଜେପି ସରକାର ଅମଳରେ ଏଗୁଡିକରେ ସ୍ୱଛତା ସୃଷ୍ଟି ନାମରେ କେନ୍ଦ୍ରୀକରଣ କରିବା ପାଇଁ ନ୍ୟାସନାସ ଟେଷ୍ଟିଂ ଏଜେନ୍ସି(ଏନ.ଟି.ଏ) ଗଠନ କରାଗଲା । କିନ୍ତୁ ଅତ୍ୟନ୍ତ ଦୁଃଖର ବିଷୟ ହେଉଛି ଏନ.ଟି.ଏ ଏହି ପରୀକ୍ଷା ପରିଚାଳନା ଘରୋଇ ବ୍ୟବସାୟୀକ ସଂସ୍ଥା ମାନଙ୍କ ହାତରେ ଟେକିଦେଲା ଏପରିକି କଳା ତାଲିକା ଭୁକ୍ତ ହୋଇଥିବା ସଂସ୍ଥାମାନଙ୍କୁ ମଧ୍ୟ ଏଥିରେ ନିଯୁକ୍ତ କରାଗଲା । ଯାହା ଫଳରେ ଏଭଳି ଦୁଃଖଦ ପରିସ୍ଥିତି ସୃଷ୍ଟି ହେଉଛି । ଏହି ଘଟଣା ବିରୋଧରେ ସାରା ଭାରତ ଶିକ୍ଷା ବଞ୍ଚାଅ କମିଟି ପକ୍ଷରୁ ଆଜି ସାରା ଦେଶରେ ଏହାର ପ୍ରତିବାଦ କରାଯିବା ଭିତରଦେଇ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀମାନଙ୍କୁ କଠୋର ଶାସ୍ତି , କ୍ଷତିଗ୍ରସ୍ଥ ପ୍ରାର୍ଥôମାନଙ୍କୁ କ୍ଷତିପୁରଣ ଓ ଏନ୍.ଟି.ଏ କୁ ଭାଙ୍ଗି ଦେଇ ପରୀକ୍ଷାଗୁଡିକୁ ରାଜ୍ୟ ସ୍ତରରେ ପରିଚାଳନା ପାଇଁ ଦାବୀ କରାଯାଇଛି । ଏହି ଦାବିରେ ଆଜି ଭୁବନେଶ୍ୱର ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବିକ୍ଷୋଭର ର ନେତୃତ୍ୱ ନେଇଛନ୍ତି ଶିକ୍ଷା ବଞ୍ଚାଅ କମିଟିର ରାଜ୍ୟ ସଭାପତି ପ୍ରଫେସର ବିରେନ୍ଦ୍ର ନାୟକ, ଉପସଭାପତି ବିଶ୍ୱାବଶୁ ଦାସ, ରାଜେନ୍ଦ୍ର ବର୍ମା ଓ ବବି ବଳବନ୍ତ ରାୟ ପ୍ରମୁଖ ।

Photos from All India Save Education Committee, Odisha's post 09/05/2026


ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, କଲେଜରେ ଖାଲିଥିବା ଅଧ୍ୟାପକ, କର୍ମଚାରୀ ପଦବୀ ତୁରନ୍ତ ପୁରଣ କରିବା ପାଇଁ ଏଆଇଏସ୍‌ଇସି ପକ୍ଷରୁ ଦାବି
ତା- ୦୮.୦୫.୨୦୨୬ - ରାଜ୍ୟରେ ଥିବା #୧୭ଟି #ବିଶ୍ୱବିଦ୍ୟାଳୟ ଏବଂ ୫୦ ସରକାରୀ କଲେଜ, ୪୮୮, ୬୬୨ ବର୍ଗ କଲେଜମାନଙ୍କରେ ଦୀର୍ଘ ଦିନ ହେବ ୬୦ ପ୍ରତିଶତରୁ ଉର୍ଦ୍ଧ୍ୱ ଅଧ୍ୟାପକ, କର୍ମଚାରୀ ପଦବୀ ଖାଲି ପଡିଛି । ଯାହା ଫଳରେ ଛାତ୍ରଛାତ୍ରୀ ମାନଙ୍କ ପାଠପଢା ସଂପୂର୍ଣ୍ଣ ଅନିଶ୍ଚିତତା ମଧ୍ୟରେ ଗତି କରୁଛି । ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଖାଲି ପଡିଥିବା ପଦବୀ ଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ପୂରଣ କରିବାକୁ ଆଜି ଏଆଇଏସଇସି ପକ୍ଷରୁ କଟକ ଗାନ୍ଧିଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦୃଢ ଦାବି କରାଯାଇଛି । ଏଆଇଏସ୍‌ଇସିର ରାଜ୍ୟ ସଭାପତି ପ୍ରଫେସର ବୀରେନ୍ଦ୍ର ନାୟକଙ୍କ ଉପସ୍ଥିତିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ସଚିନ୍ଦ୍ର ରାଉଳ, ଏଆଇଏସ୍‌ଇସି ରାଜ୍ୟ ଉପସଭାପତି ବିଶ୍ୱାବସୁ ଦାସ, ରାଜେନ୍ଦ୍ର ବର୍ମ୍ମା, ରାଜ୍ୟ ସଂପାଦକ ସୁବାସ ନାୟକ, ଅଫିସ୍ ସଂପାଦିକା ବବି ବଳବନ୍ତରାୟ, ଅକ୍ଷୟ ରାଉଳ, ବିନୋଦ ସେଠୀ ପ୍ରମୁଖ ବୁଦ୍ଧିଜୀବୀ, ଶିକ୍ଷାବିତ୍‌, ଅଭିଭାବକ, ଛାତ୍ର ଯୋଗ ଦେଇଥିଲେ ।
ଆଜିର ସାମ୍ବାଦିକ ସମ୍ମିଳନୀରେ ଏଆଇଏସ୍‌ଇସି ପକ୍ଷରୁ କୁହାଯାଇଛି ଯେ ଦୀର୍ଘ ବର୍ଷ ଧରି ବିଶ୍ୱବିଦ୍ୟାଳୟ ମାନଙ୍କରେ ୧୪୩୪ ଅଧ୍ୟାପକ ପଦବୀ ବହୁ ଦିନରୁ ଖାଲି ପଡିଛି ଏବଂ ବହୁ ଦାବି ଫଳରେ ଇତ୍ୟବସରରେ ବ୍ରହ୍ମପୁର, ଭିଡି, ଡିଡି, ରମାଦେବୀ, ଫକିର ମୋହନ, ଉତ୍କଳ ଇତ୍ୟାଦି କିଛି ବିଶ୍ୱବିଦ୍ୟାଳୟ ପଦବୀ ଗୁଡିକୁ ପୂରଣ କରିବାକୁ ବିଜ୍ଞାପନ ବାହାର କରିଛନ୍ତି । ମାତ୍ର ଅନ୍ୟ ବିଶ୍ୱବିଦ୍ୟାଳୟ ଏପର୍ଯ୍ୟନ୍ତ ସୁଦ୍ଧା ବିଜ୍ଞାପନ ବି ବାହାର କରି ନାହାଁନ୍ତି । ଏପରିକି ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଥିବା ୭୦ ପ୍ରତିଶତରୁ ଉର୍ଦ୍ଧ୍ୱ କର୍ମଚାରୀ ପଦବୀ ପୂରଣ କରିବାକୁ ସରକାର ନାଁ ବି ଧରୁନାହାଁନ୍ତି । ରାଜ୍ୟର ଡିଗ୍ରୀ କଲେଜ ଗୁଡିକର ଅବସ୍ଥା ମଧ୍ୟ ଶୋଚନୀୟ । ଗୋଟେ ପଟେ ସରକାର ୩/୪ ବର୍ଷିଆ ଡିଗ୍ରୀ, ବହୁ ବିଷୟଭିତ୍ତିକ ପାଠପଢା, ଏକାଧିକ ପ୍ରସ୍ଥାନ-ପ୍ରବେଶ ବ୍ୟବସ୍ଥା ଭିତରେ ଛାତ୍ରଛାତ୍ରୀ ମାନଙ୍କୁ ଅନ୍ଧକାରରେ ରଖିଛନ୍ତି ଅନ୍ୟପଟେ କଲେଜ ମାନଙ୍କରେ ଭିତ୍ତିଭୂମି ଏପରିକି ଶ୍ରେଣୀଗୃହ ଏବଂ ଅଧ୍ୟ୍ୟାପକ-କର୍ମଚାରୀ ମାନଙ୍କର ଘୋର ଅଭାବ ଶିକ୍ଷାକୁ ବିପର୍ଯ୍ୟସ୍ଥ ଅବସ୍ଥାରେ ପକାଇଛି । ତେବେ ସରକାର କେବଳ ବିଜ୍ଞାପନରେ ସୀମିତ ନରହି ଛାତ୍ରଛାତ୍ରୀ ମାନଙ୍କ ଏବଂ ଶିକ୍ଷାର ଭବିଷ୍ୟତକୁ ଦୃଷ୍ଟିରେ ରଖି ଖାଲି ପଡିଥିବା ପଦବୀ ଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ପୂରଣ କରିବାକୁ ଦାବି କରାଯାଇଛି ।
କେନ୍ଦ୍ର ସରକାର ଉଚ୍ଚଶିକ୍ଷାକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରିବାକୁ ବିକଶିତ ଭାରତ ଶିକ୍ଷା ଅଧିସ୍ଥାନ, VBSA ନାଁରେ ଏକ ବିଲ୍ ଆଣିଛନ୍ତି । ପୂର୍ବରୁ ଥିବା ୟୁଜିସି University Grants Commission (UGC), ଏଆଇସିଟିଇ All India Council for Technical Education (AICTE), ଏବଂ ଏନ୍‌ସିଟିଇ National Council for Teacher Education (NCTE) ଭଳି କେନ୍ଦ୍ରିୟ ସଂସ୍ଥା ଗୁଡିକୁ ଉଚ୍ଛେଦ କରି ତାହା ସ୍ଥାନରେ ଏହି ବିଲ୍ ଅଣାଯାଇଛି । ଏହି କେନ୍ଦ୍ରିୟ ସଂସ୍ଥା ଅଧିନରେ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ, କଲେଜ, ସମସ୍ତ ଇଂଜିନିୟରିଂ କଲେଜ, ଶିକ୍ଷକ ଶିକ୍ଷା ଅନୁଷ୍ଠାନ, ଆରଚିଟେକ୍ କଲେଜ ଠାରୁ ଆରମ୍ଭ କରି ସମସ୍ତIIT, NISER, IISER, IIS ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ପରିଚାଳିତ ହେବ । ସମସ୍ତ ସଦସ୍ୟଙ୍କୁ କେନ୍ଦ୍ର ସରକାରଙ୍କ ସୁପାରିଶ କ୍ରମେ ରାଷ୍ଟ୍ରପତି ହିଁ ନିଯୁକ୍ତି ପ୍ରଦାନ କରିବେ । କେନ୍ଦ୍ର ସରକାରଙ୍କ ପରାମର୍ଶ କ୍ରମେ ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ପରିଚାଳିତ ହେବ । ରାଜ୍ୟ ସରକାର ଓ ବିଶ୍ୱବିଦ୍ୟାଳୟର କୌଣସି ଭୂମିକା ରହିବ ନାହିଁ ଯାହାକି ଗଣତାନ୍ତ୍ରିକ ଶିକ୍ଷା ପ୍ରତି ବିପଦ । ଏହି ବିଲ୍ ମୁତାବକ ଏଥିରେ ଥିବା ନିୟମ, ବ୍ୟବସ୍ଥା ଅନୁଯାୟୀ ଯଦି କୌଣସି ଶିକ୍ଷାନୁଷ୍ଠାନ ପରିଚାଳିତ ନ ହୁଏ ବା କୌଣସି ବ୍ୟକ୍ତି ଉଲ୍ଲଘଂନ କରନ୍ତି ତେବେ ଜରଶଙ୍କକ୍ଷବଗ୍ଧକ୍ଟକ୍ସଚ୍ଚ ଉକ୍ଟଙ୍କଦ୍ଭମସକ୍ଷ କ୍ୟାଉନସିଲ୍ ଉକ୍ତ ଶିକ୍ଷାନୁଷ୍ଠାନ ବା ବ୍ୟକ୍ତି ଉପରେ ପ୍ରଥମ ଦଫାରେ ୧୦ଲକ୍ଷ ଜୋରିମାନା ଦଣ୍ଡ ସ୍ୱରୂପ ଲଗାଇବ । ପୁନଃ ସେହି ଭୁଲ କଲେ ତାପରେ ୩୦ଲକ୍ଷ, ତାପରେ ୭୫ଲକ୍ଷ ଏବଂ ପରିଶେଷରେ ଉକ୍ତ ଅନୁଷ୍ଠାନକୁ ବହିଷ୍ମାର/ ବନ୍ଦ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ପ୍ରଦାନ କରିବେ । ଏହି ବିଲ୍ ବିରୁଦ୍ଧରେ ସମସ୍ତେ ଏକଜୁଟ୍ ହେବାକୁ ଅଲ୍ ଇଣ୍ଡିଆ ସେଭ୍ ଏଜୁକେସନ୍ କମିଟି ପକ୍ଷରୁ ଅନୁରୋଧ କରାଯାଇଛି ।
ରାଜ୍ୟ ସରକାର ଇତି ମଧ୍ୟରେ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ପରିବର୍ତ୍ତନ କରିଛନ୍ତି । ମାତ୍ର ଏହି ବହି ଗୁଡିକ କେଉଁମାନେ ଲେଖିଛନ୍ତି, କେଉଁମାନେ ଉପଦେଷ୍ଟା ମଣ୍ଡଳୀ ଅଛନ୍ତି ତାହା ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ । ଆମେ ଆଶା କରୁ ସରକାର ଏଦିଗରେ ପାରଦର୍ଶିତା ଅବଲମ୍ବନ କରିବେ । ଜ୍ଞାନ ହେଉଛି ସତ୍ୟାନୁସନ୍ଧାନ । ବ୍ୟାପକ ଏବଂ ବିସ୍ତୃତ ଚର୍ଚ୍ଚା ଆଲୋଚନାର ଭିତର ଦେଇ ଏହା ପ୍ରସ୍ତୁତ କରାଯାଏ ଏବଂ ପରୀକ୍ଷା ନିରିକ୍ଷା ପରେ ଲାଗୁ କରାଯାଏ । ମାତ୍ର ସରକାର ସମସ୍ତ କିଛିକୁ ଉପେକ୍ଷାକରି କିଛି ନ୍ୟସ୍ତ ସ୍ୱାର୍ଥ ଲୋକଙ୍କୁ ନେଇ ଅତ୍ୟନ୍ତ ତରବରିଆ ଭାବେ ଗୋଟେ ପରେ ଗୋଟେ ପଦକ୍ଷେପ ନେଇ ଚାଲିଛନ୍ତି । ଏହା କରିବା ଦ୍ୱାରା ଛାତ୍ରଛାତ୍ରୀ, ଶିକ୍ଷାର ଭବିଷ୍ୟତ ଏବଂ ସର୍ବପରି ମାନବ ସଭ୍ୟତାର ଗତି କୁଆଡକୁ ଯିବ । ତେଣୁ ପାଠ୍ୟ ପୁସ୍ତକ ଗୁଡିକର ଲେଖକ ମଣ୍ଡଳୀ, ଉପଦେଷ୍ଟା ମଣ୍ଡଳୀ ତୁରନ୍ତ ସାର୍ବଜନୀନ କରାଯିବା ସହିତ ପ୍ରସ୍ତୁତ ବହି ଗୁଡିକୁ ଲାଗୁ କରିବା ପୂର୍ବରୁ ବିଭିନ୍ନ ବର୍ଗର ମତାମତ ପାଇଁ ବିତରଣ କରିବାକୁ ଏଆଇଏସଇସି ପକ୍ଷରୁ ଦାବି କରାଯାଇଛି ।

20/03/2026

ରାଜ୍ୟରେ ଥିବା #୧୭ #ବିଶ୍ଵବିଦ୍ୟାଳୟରେ ୨୦୭୯ #ଅଧ୍ୟାପକ_ପଦବୀରୁ ୧୪୩୪ ପଦବୀ ଖାଲି ପଡ଼ିଛି। ପାଠ ପଢା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ,
ସୁରକ୍ଷା ପାଇଁ ଆଗେଇ ଆସନ୍ତୁ ।

20/03/2026

ରାଜ୍ୟରେ #17ଟା #ବିଶ୍ୱବିଦ୍ୟାଳୟରେ 2079 #ଅଧ୍ୟାପକ_ପଦବୀରୁ 1434 ଖାଲି ପଡ଼ିଛି, କେମିତି ରାଜ୍ୟରେ ଉଚ୍ଚଶିକ୍ଷା ପାଠ ପଢା ଚାଲିଛି ଥରେ ଭାବି ଦେଖନ୍ତୁ । ସରକାରୀ ଶିକ୍ଷାର ସୁରକ୍ଷା ପାଇଁ ଆଗେଇ ଆସନ୍ତୁ।

Photos from All India Save Education Committee, Odisha's post 08/03/2026

, ,
#ଭିବିଏସ୍‌ଏ ବିଲ୍ ଉପରେ ଅଲ୍ ଇଣ୍ଡିଆ ସେଭ୍ ଏଜୁକେସନ କମିଟି ପକ୍ଷରୁ ଆଲୋଚନା ଚକ୍ର
ଭୁବନେଶ୍ୱର ତା-୦୮.୦୩.୨୦୨୬ – ବିକଶିତ ଭାରତ ଶିକ୍ଷା ଅଧିସ୍ଥାନ ଭିବିଏସ୍‌ଏ ବିଲ୍ ୨୦୨୫ ଉପରେ ଅଲ୍ ଇଣ୍ଡିଆ ସେଭ୍ ଏଜୁକେସନ୍ କମିଟି (ଏଆଇଏସଇସି) ପକ୍ଷରୁ ଭୁବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ସଦନରେ ଆଜି ଏକ ରାଉଣ୍ଡ ଟେବୁଲ୍ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ତଥା ଏ.ଆଇ.ଏସ.ଇ.ସିର ରାଜ୍ୟ ସଭାପତି ପ୍ରଫେସର ବୀରେନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ରାଜ୍ୟ ତଥା ଭୁବନେଶ୍ୱର କଟକରୁ ବହୁ ବିଶିଷ୍ଟ ବୁଦ୍ଧିଜୀବୀ, କୁଳପତି, ସାମାଜିକ କର୍ମୀ, ବୈଜ୍ଞାନିକ, ଛାତ୍ରନେତା ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ଗଣିତ ପ୍ରତିଷ୍ଠାନର ପୂର୍ବତନ ଡାଇରେକ୍ଟର ପ୍ରଫେସର ସ୍ୱାଧୀନ ପଟ୍ଟନାୟକ, ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଲମ୍ବୋଦର ପ୍ରସାଦ ସିଂ, ବିଶିଷ୍ଟ ସାହିତ୍ୟିକ ବୈଜ୍ଞାନିକ ପ୍ରଫେସର ଆଶୁତୋଷ ପରିଡା, ସମଦୃଷ୍ଟିର ସମ୍ପାଦକ ସୁଧିର ପଟ୍ଟନାୟକ, ଶିକ୍ଷକ ନେତା ପ୍ରଫେସର ଅମୀୟ ମହାନ୍ତି, ପ୍ରଫେସର କିଶୋର ସାମଲ, ପ୍ରଫେସର ଜୟନ୍ତ କୁମାର ରାଉତରାୟ, ପ୍ରଫେସର ସଚିନ୍ଦ୍ର ରାଉଳ, ପ୍ରାଧ୍ୟାପକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଦେ, ଆଡଭୋକେଟ୍ ଶ୍ରୀଯୁକ୍ତ ଜଗବନ୍ଧୁ ଦାସ, ଏ.ଆଇ.ଏସ.ଇ.ସିର ରାଜ୍ୟ ଉପସଭାପତି ବିଶ୍ୱାବସୁ ଦାସ, ଡଃ ରମେଶ ନାୟକ, ରାଜେନ୍ଦ୍ର ବର୍ମ୍ମା, ସର୍ବଭାରତୀୟ ସଂପାଦକ ମଣ୍ଡଳୀ ସଦସ୍ୟ ପ୍ରଫେସର ପ୍ରଦୀପ ମହାପାତ୍ର, ରାଜ୍ୟ ସଂପାଦକ ସୁବାସ ନାୟକ, ଏଆଇଡିଏସ୍‌ଓ ରାଜ୍ୟ ସଂପାଦକ ସିଦ୍ଧାର୍ଥ ରଥ,ଏ.ଆଇ.ଏସ.ଇ.ସି ରାଜ୍ୟ ଅଫିସ୍ ସଂପାଦିକା ବବି ବଳବନ୍ତରାୟ, କିଷ୍ଣାରାଣୀ ସାହୁ, କେଶବ ବିଶ୍ୱାଳ, ଅର୍ଜୁନ ଜେନା, ଜୟନ୍ତ ମହାନ୍ତି, ଚିତ୍ତ ରଂଜନ ମେଣ୍ଡୁଳୀ, ପଦ୍ମ ଚରଣ ଜେନା, ସଚ୍ଚିଦାନନ୍ଦ ପ୍ରଧାନ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।
ବକ୍ତାମାନେ ଦର୍ଶାଇ ଥିଲେ କେନ୍ଦ୍ର ସରକାର ଗତ ଡିସେମ୍ବର ୧୫ତାରିଖ ଦିନ ଅତ୍ୟନ୍ତ ତରବରିଆ ଭାବେ ଲୋକସଭାରେ ବିକଶିତ ଭାରତ ଶିକ୍ଷା ଅଧିସ୍ଥାନ, ଠଈଝଇ ନାଁରେ ଏକ ବିଲ୍ ଆଗତ କରିଥିଲେ । ବିରୋଧି ସଦସ୍ୟଙ୍କ ବିରୋଧ ଫଳରେ ଏହାକୁ ଜେପିସି (Joint Parliamentary Committee)କୁ ପଠାଇ ଦିଆଯାଇଛି । ଉଚ୍ଚ ଶିକ୍ଷାକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରିବାକୁ ଏପରି ଏକ ପ୍ରୟାସ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଛି ବୋଲି ବକ୍ତାମାନେ କହିଥିଲେ । ପୂର୍ବରୁ ଥିବା ୟୁଜିସି , ଏଆଇସିଟିଇ, ଏବଂ ଏନ୍‌ସିଟିଇ ଭଳି କେନ୍ଦ୍ରିୟ ସଂସ୍ଥା ଗୁଡିକୁ ଉଚ୍ଛେଦ କରି ତାହା ସ୍ଥାନରେ ଏହି ବିଲ୍ ଅଣାଯାଇଛି । କହିବାକୁ ଗଲେ ଏହି କେନ୍ଦ୍ରିୟ ସଂସ୍ଥା ଅଧିନରେ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ, କଲେଜ, ସମସ୍ତ ଇଂଜିନିୟରିଂ କଲେଜ, ଶିକ୍ଷକ ଶିକ୍ଷା ଅନୁଷ୍ଠାନ, ଆରଚିଟେକ୍ କଲେଜ ଠାରୁ ଆରମ୍ଭ କରି ସମସ୍ତ ଆଇଆଇଟି, NISER, IISER, IIS ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ପରିଚାଳିତ ହେବ । ସମସ୍ତ ସଦସ୍ୟଙ୍କୁ କେନ୍ଦ୍ର ସରକାରଙ୍କ ସୁପାରିଶ କ୍ରମେ ରାଷ୍ଟ୍ରପତି ନିଯୁକ୍ତି ପ୍ରଦାନ କରିବେ । କେନ୍ଦ୍ର ସରକାରଙ୍କ ପରାମର୍ଶ କ୍ରମେ ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ପରିଚାଳିତ ହେବ ଏବଂ ରାଜ୍ୟ ସରକାର, ବିଶ୍ୱବିଦ୍ୟାଳୟର କୌଣସି ଭୂମିକା ରହିବ ନାହିଁ ଯାହାକି ଗଣତାନ୍ତ୍ରିକ ଶିକ୍ଷା ପ୍ରତି ବିପଦ ହେବ ବୋଲି ଆଶଂକା ପ୍ରକାଶ କରିଛନ୍ତି । ଏହି ଆକ୍ଟ ମୁତାବକ ଏଥିରେ ଥିବା ନିୟମ, ବ୍ୟବସ୍ଥା ଅନୁଯାୟୀ ଯଦି କୌଣସି ଶିକ୍ଷାନୁଷ୍ଠାନ ପରିଚାଳିତ ନହୁଏ ବା କୌଣସି ବ୍ୟକ୍ତି ଉଲ୍ଲଘଂନ କରନ୍ତି ତେବେ ରେଗୁଲେଟୋରି କ୍ୟାଉନସିଲ୍ ଉକ୍ତ ଶିକ୍ଷାନୁଷ୍ଠାନ ବା ବ୍ୟକ୍ତି ଉପରେ ପ୍ରଥମ ଦଫାରେ ୧୦ଲକ୍ଷ ଜୋରିମାନା ଦଣ୍ଡ ସ୍ୱରୂପ ଲଗାଇବ । ପୁନଃ ସେହି ଭୁଲ କଲେ ତାପରେ ୩୦ଲକ୍ଷ, ତାପରେ ୭୫ଲକ୍ଷ ଏବଂ ପରିଶେଷରେ ଉକ୍ତ ଅନୁଷ୍ଠାନକୁ ବହିଷ୍ମାର/ ବନ୍ଦ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ପ୍ରଦାନ କରିବେ ।
ତେଣୁ ଏହି ପରିସ୍ଥିତିରେ ଏପରି ତରବରିଆ ଭାବେ ବିଲ୍‌କୁ ପାସ୍ ନକରି ବୃହତର ଜନଗଣ ମଧ୍ୟରେ ବ୍ୟାପକ ଆଲୋଚନାର ଆବଶ୍ୟକତା ରହିଛି ବୋଲି ସର୍ବସମ୍ମତିରେ ମତ ପ୍ରକାଶ ପାଇଛି । ଏହି ବିଲ୍ ବିକଶିତ ଭାରତ ଶିକ୍ଷା ଅଧିସ୍ଥାନ, ଭିବିଏସ୍‌ଏ ବିଲ୍ ୨୦୨୫ ବିରୁଦ୍ଧରେ ସମସ୍ତେ ଏକଜୁଟ୍ ହେବାକୁ ଆହ୍ୱାନ କରାଯାଇଛି ।

Photos from All India Save Education Committee, Odisha's post 08/03/2026



Want your school to be the top-listed School/college in Bhubaneswar?

Click here to claim your Sponsored Listing.

Location

Category

Telephone

Website

Address

Bhubaneswar
Bhubaneswar